ଓଡ଼ିଶା ଉପକୂଳକୁ ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା
1.ଆହୁରି ପାଖେଇଲା ବାତ୍ୟା । ….
2.ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ଦାନା ।…….
3.ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ କରୁଛି ଗତି । …..
4.ପାରାଦୀପ ଠାରୁ ୨୬୦ ଓ ଧାମରା ଠାରୁ ୨୯୦ କିଲୋମିଟର ଦୂରରେ ବାତ୍ୟା ।……..
5. ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ହାଇଆଲର୍ଟ ଜାରି । …..
ସେପଟେ ଦାନାକୁ ନେଇ ସଜାଗ ରାଜ୍ୟ ସରକାର । ରାଜସ୍ବ ମନ୍ତ୍ରୀଙ୍କ ସୂଚନା, ଆହୁରି ୪୮ ଘଣ୍ଟା ପାଇଁ ସତର୍କ ରହିବା ଜରୁରୀ । ସ୍ଥିତି ସ୍ବାଭାବିକ ପରେ ବାତ୍ୟା ଆଶ୍ରୟସ୍ଥଳୀରୁ ଲୋକଙ୍କୁ ଘରକୁ ଛଡ଼ାଯିବ ।
କ୍ଷୟକ୍ଷତି ଆକଳନ ପରେ ଦିଆଯିବ ପର୍ଯ୍ୟାପ୍ତ କ୍ଷତିପୂରଣ । ଆଜି ଓ ଆସନ୍ତାକାଲି ରାଜ୍ୟ ବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଲୋକେ ରାସ୍ତାରେ ଘରେ ଓ ରିଲିଫ ସେଣ୍ଟରରେ ସୁରକ୍ଷିତ ରୁହନ୍ତୁ। ରିଲିଫ ସେଣ୍ଟରରେ ସବୁ ପ୍ରକାର ପ୍ରସ୍ତୁତ କରାଯାଇଛି। ଘର ପରି ସବୁ ବ୍ୟବସ୍ଥା ଯୋଗାଇ ଦିଆଯାଉଛି। ରନ୍ଧାଖାଦ୍ୟଠୁ ଆରମ୍ଭ କରି ମେଡିସିନ ମହଜୁଦ ରହିଛି ବୋଲି କହିଛନ୍ତି ମନ୍ତ୍ରୀ । ଆହୁରି ମଧ୍ୟ ସୁରେଶ ପୂଜାରୀ କହିଛନ୍ତି, ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ମୟୂରଭଞ୍ଜ, ପୁରୀ ପରି ଜିଲ୍ଲାରେ କମ୍ ଲୋକଙ୍କ ସ୍ଥାନାନ୍ତରଣ ଆବଶ୍ୟକ ପଡୁଛି। କେନ୍ଦ୍ରାପଡ଼ା, ଜଗତସିଂପୁର ଓ ଭଦ୍ରକ ରେ ସବୁଠୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଉଛି।
୧୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ଟାର୍ଗେଟ ଥିଲା। କିନ୍ତୁ ଏହି ସଂଖ୍ୟା କମିବ। ବର୍ତ୍ତମାନ ରିଲିଫ ସେଣ୍ଟରରେ ପହଞ୍ଚିଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଦେବା ଆରମ୍ଭ ହୋଇଛି। ମନ୍ତ୍ରୀ ମାନେ ଗ୍ରାଉଣ୍ଡ ଜିରୋରେ ଏହାର ନିରୀକ୍ଷଣ କରୁଛନ୍ତି। ବରିଷ୍ଠ IAS ଅଫିସର ସେହି ଜିଲ୍ଲା ଯାଇଛନ୍ତି ଯେଉଁଠି ସେମାନେ କାମ କରିଛନ୍ତି ଓ ବନ୍ୟା ବାତ୍ୟାରେ କାମ କରିବାର ଅନୁଭବ ଅଛି। ଆଜି ରାତି ୮ ଟା ୩୦ ରୁ ରୁ କାଲି ରାତି ୮ ଟା ୩୦ ଯାଏଁ ରେଡ ୱାର୍ନିଙ୍ଗ ଅଛି। ରିଲିଫ ସେଣ୍ଟରକୁ ଆସୁଥିବା ଲୋକ ଗୃହପାଳିତ ପଶୁଙ୍କୁ ଘରେ ବାନ୍ଧିକି ରଖୁଛନ୍ତି। ଏପରି ନ କରି ଗୃହ ପାଳିତ ପଶୁଙ୍କୁ ଉଚ୍ଚ ସ୍ଥାନରେ ଛାଡ଼ିଦେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ। ୬୫୦୦ ରିଲିଫ ସେଣ୍ଟର ଅଛି। ସବୁ ରିଲିଫ ସେଣ୍ଟର, ଗାଁରେ ପୋଲିସ ଅଛନ୍ତି। ମହିଳା ପୋଲିସ ବି ଅଛନ୍ତି। ଗାଁରେ ପାଟ୍ରୋଲିଙ୍ଗ ଚାଲିଛି. ବାତ୍ୟା ପରେ ରିଲିଫ ସେଣ୍ଟରରୁ ଘରକୁ ପଠାଇବାର ବ୍ୟବସ୍ଥା କରିବ ପ୍ରଶାସନ। ବାତ୍ୟା ପରବର୍ତ୍ତୀ ଅବସ୍ଥାରେ କ୍ଷତିପୂରଣ ପର୍ଯ୍ୟାପ୍ତ ଦିଆଯି। Ndrf,Odraf, ଅଗ୍ନିଶମ ଭଳି ମୋଟ ୩୦୦ ଉଦ୍ଧାରକାରୀ ଟିମ ପ୍ରସ୍ତୁତ ହୋଇ ରହିଛନ୍ତି।