The storm ‘Dana’ was created l It is coming at a speed of 18 km per hour
ବାତ୍ୟା ଦାନା ର ବଦଳିଲା ଗତିପଥ
1.ବାତ୍ୟା ‘ଦାନା’କୁ ଏବେଠାରୁ ଭୟଭୀତ ଲୋକେ…..
2.ଘଣ୍ଟାପ୍ରତି ୧୮ କିମି ବେଗରେ ମାଡ଼ି ଆସୁଛି ‘ଦାନା’ …
3.ବଙ୍ଗୋପସାଗରରୁ ବଳ ଗୋଟାଇ ଆଗକୁ ବଢୁଛି ବାତ୍ୟା ‘ଦାନା’…
4.ଆଜି ସୃଷ୍ଟି ହୋଇଛି ବାତ୍ୟା, କାଲି ଭୀଷଣ ରୂପ ନେବ…
5.ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ବାତ୍ୟା ନେଇ ୟେଲୋ ଆଲର୍ଟ ଜାରି ହୋଇଛି …
6.ଆସନ୍ତାକାଲି ରାତି କିମ୍ବା ୨୫ ପାହାନ୍ତିଆ ଉପକୂଳ ଅତିକ୍ରମ କରିବ…
7.ବାତ୍ୟା ଉପକୂଳ ଅତିକ୍ରମ ବେଳେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିବ…
8.ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି…
9.ପାରାଦ୍ଵୀପ ପାଣିପାଗ ରାଡର ରେ ସ୍ପଷ୍ଟ ଚିତ୍ର ଜାରି ହୋଇଛି
10.୧୦ ଜିଲ୍ଲାରେ ମୁତୟନ ରହିବେ ୧୭ ଓଡ୍ରାଫ ଟିମ୍
11.ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରେ ୨ଟି ଲେଖାଏଁ ଟିମ୍ ମୁତୟନ ଥିବାବେଳେ
12.ଭଦ୍ରକ ଓ ବାଲେଶ୍ୱରରେ ୨ଟି ଏବଂ ଗଞ୍ଜାମ, କଟକ ଓ ମୟୂରଭଞ୍ଜରେ ବି ଟିମ୍ ସଜାଗ ରହିବେ …
ବାତ୍ୟା ଦାନା ଅତିକ୍ରମ ବେଳେ ୧୦୦ ରୁ ୧୨୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।ତେବେ ଏହା ମଧ୍ୟରେ ବାତ୍ୟା ଗଭୀର ଅବପାତର ରୂପ ନେଇସାରିଥିବା ବେଳେ ଲ୍ୟାଣ୍ଡଫଲକୁ ନେଇ ନୂଆ ଅପଡେଟ୍ ସାମ୍ନାକୁ ଆସିଛି । ପୁରୀ ଓ ସାଗରଦ୍ୱୀପ ମଧ୍ୟରେ ବାତ୍ୟା ଉପକୂଳ ଛୁଇଁବ ବୋଲି ପୂର୍ବରୁ କୁହାଯାଉଥିଲା । ପରବର୍ତ୍ତୀ ସମୟରେ ତାହା ଭିତରକନିକା, କେନ୍ଦ୍ରାପଡ଼ାରୁ ସାଗରଦୀପ ମଧ୍ୟରେ ମାଡ଼ ହେବ ବୋଲି କୁହାଯାଇଥିଲା । ୨୪ ତାରିଖ ରାତି ଓ ୨୫ ତାରିଖ ସକାଳ ଭିତରେ ଉତ୍ତର-ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଠାରୁ ପୁରୀରୁ ସାଗରଦ୍ୱୀପ ମଧ୍ୟରେ ବାତ୍ୟା ଉପକୂଳ ଅତିକ୍ରମ କରିବ ବୋଲି କୁହାଯାଇଥିଲା । ଏହା ମଧ୍ୟରେ ବାତ୍ୟା ପୁଣି ଥରେ ତା’ର ଦିଗ ବଦଳାଇଛି ।
ଆଜି ସନ୍ଧ୍ୟା ବା ରାତିରୁ ପାଗରେ ପରିବର୍ତ୍ତନ ହେବ ବୋଲି ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି । ୨୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ଇକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ରହିଛି । ସେହିପରି ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨୫ ତାରିଖ ପାଇଁ ମଧ୍ୟ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
୨୫ ତାରିଖ ପାଇଁ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ୨୪ ତାରିଖରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ରହିଥିବାରୁ ରାଜଧାନୀ ଭୁବନେଶ୍ୱର ଉପରେ ମଧ୍ୟ ବାତ୍ୟାର ପ୍ରଭାବ ପଡ଼ିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ତେଣୁ ଆଜି ଭୁବନେଶ୍ୱରରେ ବର୍ଷା, ପବନ ହେବାକୁ ଥିବାରୁ ରାଜଧାନୀ ଆଗୁଆ ସତର୍କ ହୋଇଯାଇଛନ୍ତି । ଏଭଳି ସ୍ଥିତିରେ ସମ୍ଭାବ୍ୟା ବାତ୍ୟାକୁ ନେଇ କିଛି ଅସାଧୁ ବ୍ୟବସାୟୀ ଦରଦାମ୍ ବୃଦ୍ଧି କରି ଫାଇଦା ଉଠାଉଥିବା ଦେଖାଯାଇଛି । ପରିବା ଓ ରାସନ ଦୋକାନରେ ପ୍ରବଳ ଭିଡ଼ ଜମୁଥିବା ପରିଲକ୍ଷିତ ହୋଇଛି ।
ବିରୋ ରିପୋର୍ଟ news h live