ମହିଳାଙ୍କ ଆତ୍ମହତ୍ୟା ,ଯୌତୁକ ପାଇଁ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

By digbalayalive

Published on:

ମହିଳାଙ୍କ ଆତ୍ମହତ୍ୟା ,ଯୌତୁକ ପାଇଁ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ରଘୁନାଥପୁର:୪/୧୧/୨୪(ବ୍ୟୁରୋ):ପୁଣି ଏକ ସାମ୍ନାକୁ ଆସିଲା ଯୌତୁକ ଜନିତ ବଧୂ ହତ୍ୟା ,ଶାଶୁ,ନଣନ୍ଦ,ଦେଢ଼ସୂର୍ ସମସ୍ତେ ମିଶି ମାରିଦେଇ ଥିବା ନେଇ ଅଭିଯୋଗ ଆଣିଲେ ପାରିବାର ଲୋକେ ,ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଷଡ଼ଯନ୍ତ୍ର, ନ୍ୟାୟ ପାଇଁ ଏସ.ପି ଅଫିସ ଠାରୁ ରଘୁନାଥପୁର ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ , ଏମିତି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନ ଅଧୀନରେ ରଘୁନାଥପୁର ଅଯୋଧ୍ୟାପୁର ଗ୍ରାମରେ , ସୂଚନାରୁ ପ୍ରକାଶ ଯେ ଏରସମା ଥାନ ଅଧିନ ଜାନକାଦେଇପୁର୍ ପଞ୍ଚାୟତ ସାହାଡ଼ା ଗ୍ରାମର କୃଷ୍ଣ ମହାରଣା ଙ୍କ ସାନ ଝିଅ ସ୍ଵର୍ଣ୍ଣଲତା ମହାରଣା ବୈଦିକ ରିତି ଅନୁଯାୟୀ ରଘୁନାଥପୁର ଅଯୋଧ୍ୟାପୁର ଗ୍ରାମର ନାରାୟଣ ମହାପାତ୍ର ଙ୍କ ତିନି ନମ୍ବର ପୁଅ ରଞ୍ଜନ ମହାପାତ୍ର ବିବାହ କରିଥିଲେ, ବିବାହ ପରଠାରୁ ଅନେକ ସମୟରେ ଯୌତୁକ ଜନିତ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ ,ଯାହାକୁ ନେଇ ଗତ କାଲି ଦିନ ପ୍ରାୟ ଦୁଇ ଟା ସମୟରେ ଶାଶୁ ଲିଲି ମହାପାତ୍ର, ଦେଢ଼ସୂର୍ ଚନ୍ଦନ ମହାପାତ୍ର,ନଣନ୍ଦ ଚୁମକି ମନ୍ତ୍ରୀ , ଯାଆ ଦିପା ମହାପାତ୍ର ଏବଂ ଗାଲୁ ମନ୍ତ୍ରୀ ସମସ୍ତେ ମିଶି ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଷଡ଼ଯନ୍ତ୍ର କରିଥିଲେ , ଯାହାକୁ ନେଇ ପରିବାର ଲୋକେ ଝିଅ କୁ ହତ୍ୟା କରାଯାଇଥିବା ନେଇ ଜିଲ୍ଲା ମୁଖ୍ୟ ଆରକ୍ଷୀ କାର୍ଯ୍ୟାଳୟ ଏବଂ ରଘୁନାଥପୁର ଥାନାରେ ଅଭିଯୋଗ କରିଛନ୍ତି,ଅଭିଯୋଗ କୁ ଆଧାର କରି ରଘୁନାଥପୁର ପୋଲିସ , ସାଇଣ୍ଟଫିକ୍ ଟିମ୍ ଏବଂ ତହସିଲଦାର ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ , ବର୍ତ୍ତମାନ ମୃତକଙ୍କ ସ୍ଵାମୀ କୁ ରଘୁନାଥପୁର ପୋଲିସ ଥାନାରେ ଅଟକ ରଖିବାପରେ ଜେଲ୍ କୁ ପଠାଇ ଦେଇଛନ୍ତି, ତେବେ ଦେଖିବାକୁ ବାକି ରହିଲା ରଘୁନାଥପୁର ପୋଲିସ କେବେ ଏହାର ସତ୍ୟତା ତଦନ୍ତ ଅନ୍ୟ ମାନଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

 

Leave a Comment