ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ
ରିଆମାଳ ବ୍ଲକ ଅନ୍ତର୍ଗତ ପରା ଗ୍ରାମ ପଞ୍ଚାୟତ ଧଉରାଖମଣ ଖେଳ ପଡିଆ ଠାରେ ଏଏମଡି ମାରାମ୍ବୁରୁ କ୍ଲବ୍ ଆନୁକୁଲ୍ୟରେ ପ୍ରଥମ ବାର୍ଷିକ ଆନ୍ତଃରାଜ୍ୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମୁଦାୟ ଆଠୋଟି ଦଳ ଯଥା-ପରା, ଷେଣ୍ଢା, ଏନଟିପିସି, କଣିହାଁ,ଗୁଆଲପୁର, ଅନୁଗୋଳ, ପାଲଲହଡ଼ା ଓ ଅତାବିରା ଦଳ ଅଂଶଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚରେ ସାରନା ସ୍ପୋର୍ଟିଙ୍ଗସ୍ ଏନ୍ ଟିପିସି ଫୁଟବଲ୍ ଦଳ ପେନାଲଟି ସୁଟ୍ ଆଉଟରେ ୪-୩ ଗୋଲରେ କଣିହାଁ ଗୁଡୁରାମ୍ ଫୁଟବଲ୍ ଦଳକୁ ପରାସ୍ତ କରି ଚମ୍ପିୟନ ହୋଇଛି।
ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ୧-୧ ଗୋଲ କରିବାରୁ ପେନାଲଟି ସୁଟ ଆଉଟ୍ ହୋଇଥିଲା। ରବି ମାରାଣ୍ଡି ମ୍ୟାନ୍ ଅଫ ଦି ସିରିଜ, ଗୁଡୁରାମ୍ ସୋରେନ୍ ମ୍ୟାନ ଅଫ ଦି ମ୍ୟାଚ୍ ଓ ବାରିସ ଟୁଡୁ ବେଷ୍ଟ୍ ଗୋଲକିପର୍ ପୁରସ୍କାର ପାଇଥିଲେ।ସ୍ଥାନୀୟ ସରପଞ୍ଚ ପପିନା ବିଶ୍ଵାଳ ଫିତାକାଟି ଖେଳକୁ ଶୁଭାରମ୍ଭ କରିଥିବା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତପନ କୁମାର ନାୟକ, ସାମାଜିକ କର୍ମୀ ରିଙ୍କୁ ବିଶ୍ଵାଳ, ବରିଷ୍ଠ ଶିକ୍ଷକ ରଘୁନାଥ ନାଏକ, ପରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କିରାଣୀ ବିରଞ୍ଚି ସାହୁ, ସାମ୍ବାଦିକ ତରୁଣ ନାଏକ, ସାନ୍ତାଳ ସମାଜ ସଭାପତି ଭରତ ଚନ୍ଦ୍ର ଟୁଡୁ ଓ କୁନୁ ସାହୁ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଓ ଉପବିଜେତା ଦଳଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ରେଫରି ରିପନ୍ ମାଝୀ, ଘାସିରାମ ମାରାଣ୍ଡି,ଆସିନ ମାଝୀ ତଥା ଲାଇନ୍ସ ମେନ୍ ବିଜୁ ଟୁଡୁ, ପରାନ ହାସ୍ତା , ମାତଲା ମାର୍ଡୀ ଏବଂ ସ୍କୋରର ଜିତେନ୍ଦ୍ର ବେସେରା ଖେଳ ପରିଚାଳନା କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ଏଏମଡି ମାରାମ୍ୱୁରୁ କ୍ଲବର ସଭାପତି ବିକାଶ ମାଝୀ, ସମ୍ପାଦକ ଜୟରାମ ମୁର୍ମୁ, କୋଷାଧ୍ୟକ୍ଷ ରବି ମୁର୍ମୁ ସମେତ ସଦସ୍ୟ ସାଧୁ ବିରୁଲି, ଶତ୍ରୁଘ୍ନ ବିରୁଲି, ଉତ୍ତମ ଟୁଡୁ, ସଂଗ୍ରାମ ଟୁଡୁ, ଶିବ ମାର୍ଡୀ, ରୂପାତନ ସୋରେନ୍, ସୁଶିଲ ମାର୍ଡୀ, ବୋସେନ୍ ହାସ୍ତା , ଗୋମତନ୍ ସୋରେନ, ତପନ ଚାତର, ଦିଲ୍ଲୀପ ହାସ୍ତା ଓ ଟାଙ୍ଗୁରୁ ବିରୁଲୀ ସକ୍ରିୟ ସହଯୋଗ କରିଥିଲେ।